ପୁଅଟି ସେଇ ଝିଅପରେ ଆଉ କାହା ପ୍ରତି ଯଦି ମୋହାବିଷ୍ଟ ସେଇଟା ହେଉଛି ତା ସ୍ପୋର୍ଟ୍ସ ବାଇକ୍। ଝିଅଟିର ଦ୍ଵିତୀୟ ପ୍ରେମ ତା ସୁନାହାର। ଝିଅଟି କିନ୍ତୁ ଯେଉଁଦିନ ତା ସୁନାହାରକୁ ବିକି ପୁଅଟି ପାଇଁ କିଣିଥିଲା ଏକ ଦାମିକିଆ ପିଷ୍ଟା ଜିପିଆର ହେଲେମେଟ୍, ସେଇଦିନ ପୁଅଟି ନିଜ ବାଇକ୍ ବିକି ନେଇ ଆସିଥିଲା ହାରରେ ଲଗାଇବାପାଇଁ ଏକ ଡାଇମଣ୍ଡ ପେଣ୍ଡଣ୍ଟ
ପୁଅ ଦେଖେ ବାପାଙ୍କ ଆଖିତଳ କଳଦାଗ, ମଥାରେ ଦୁଇଅରା ଧଳା ଚୁଟି ଆଉ ଶୀର୍ଣ୍ଣ ସୌଷ୍ଠବ । ମାଆ କହେ, ସେସବୁ ଅନେକ ଜୀବନ ଯୁଦ୍ଧର କ୍ଷତ କିନ୍ତୁ ତୋ ବାପା ପ୍ରତି ଯୁଦ୍ଧରେ ଅପରାଜେୟ ଏବଂ ଏକ ଅବିଚଳିତ ଯୋଦ୍ଧା - ଏକ ବୀର ଯିଏ ଯୁଦ୍ଧଧ୍ବସ୍ତ ଭୂମିରୁ ଉଠି ଠିଆ ହୁଏ ପ୍ରତ୍ୟେକ ଥର, ପ୍ରସ୍ତୁତ ହୁଏ ପୁଣି ଏକ ଅଜଣା ଆଗତ ଯୁଦ୍ଧ ପାଇଁ । #ପରମାଣୁ_ଗପ
Loading suggestions...